Odisha Link
Bridging the Missing Links in Odisha

କେନ୍ଦ୍ରୀୟ ବଜେଟ୍ ପୂର୍ବରୁ ବିଜେଡି ସଂସଦୀୟ ଦଳର ବୈଠକ

ଓଏଲ୍‌ ବ୍ୟୁରୋ: ଆସନ୍ତା ୩୧ରୁ ସଂସଦର ବଜେଟ ଅଧିବେଶନ। ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପର ଦିନ ଅର୍ଥାତ ଫେବୃଆରୀ ୧ ତାରିଖରେ ବଜେଟ ଆଗତ ହେବ। ଏହା ପୂର୍ବରୁ ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ବୈଠକ। ୩୧ରୁ ଆରମ୍ଭ ହେବାକୁ ଥିବା କେନ୍ଦ୍ରର ବଜେଟ୍ ଅଧିବେଶନରେ କେଉଁ ପ୍ରସଙ୍ଗ ଉଠାଇବ ବିଜେଡି ସେନେଇ ଆଲୋଚନା। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ଯ ପାହ୍ୟା ମାନ୍ୟତା ଦାବି କରିବ ବିଜେଡି। ସ୍ଵାମୀନାଥନ କମିଟି ସୁପାରିଶ ଅନୁସାରେ ଏମଏସପି ଲାଗୁ ପାଇଁ ଦାବି, ଦରଦାମ୍ ବୃଦ୍ଧି, ଗ୍ରୀନ ଟିକସ ପ୍ରସଙ୍ଗ ଉଠାଇବ।

ସୂଚନା ଅନୁସାରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ଲାଗି ବଜେଟ ଉପସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ହେବ ଏହି ବଜେଟ ଅଧିବେଶନ। ପ୍ରଥମ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୦ରେ ଆରମ୍ଭ ହେବ। ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଦିଲ୍ଲୀ ଭୋଟ ଦିନ ବଜେଟ ଅଧିବେଶନ ଚାଲିବ ନାହିଁ। ୩ ଫେବୃଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ।

Leave A Reply

Your email address will not be published.