ପର୍ଯ୍ୟଟନ କ୍ଷେତ୍ର ପାଇଁ ୮ ହଜାର କୋଟିର ପ୍ରସ୍ତାବ, ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଶିଳ୍ପ ମହାକୁମ୍ଭ। ଉତ୍କର୍ଷ ଓଡ଼ିଶା କନକ୍ଲେଭର ଆଜି ଦ୍ବିତୀୟ ଦିନ। ସମ୍ମିଳନୀର ପ୍ରଥମ ଦିନରେ ଦେଶ ଓ ବିଦେଶର ବଡ଼ ବଡ଼ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଗଢିତୋଳିବାକୁ ବଳ ଦେଇଛି। ଓଡ଼ିଶା କନକ୍ଲେଭ୍ର ଦ୍ଵିତୀୟ ଦିନରେ ପର୍ଯ୍ୟଟନରେ ୧୨୧ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ ଆସିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପାଖାପାଖି ୮ ହଜାର ୧୫୩ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଛି। ନ୍ୟାସନାଲ କାଉନ୍ସିଲ୍ ଅଫ୍ ସାଇନ୍ସ ମ୍ୟୁଜିଅମ୍ ସହିତ MOU ହୋଇଛି। ମ୍ୟୁଜିୟମ ଟୁରିଜିମ ବଢ଼ାଇବାକୁ କିଛି ପଲିସି ବଦଳିବା ଦରକାର। ରିସର୍ଟ, ହୋଟେଲ, ୱାଟର ସ୍ପୋର୍ଟ୍ସ, ଆଡଭେଞ୍ଚର୍ସ ସ୍ପୋର୍ଟ୍ସକୁ ଗୁରୁତ୍ୱ ଦେଇଛନ୍ତି। ପୂର୍ବ ସରକାରଙ୍କ କଥା ଜାଣିନୁ, ଆମେ ଟୁରିଜିମ୍କୁ ଶିଳ୍ପ ଭାବେ ନେଉଛୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା କହିଛନ୍ତି।