Odisha Link
Bridging the Missing Links in Odisha

ଉଚ୍ଚଶିକ୍ଷା ବିଭାଗର କଡ଼ା ପଦକ୍ଷେପ: ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ

ଓଏଲ୍‌ ବ୍ୟୁରୋ: ମହଙ୍ଗା ପଡ଼ିଲା ସରକାରୀ ନିର୍ଦ୍ଦେଶକୁ ଅବମାନନା। ଉଚ୍ଚଶିକ୍ଷା ବିଭାଗ ନେଲା କଡ଼ା କାର୍ଯ୍ୟାନୁଷ୍ଠାନ। ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ। ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ପରେ ବି ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ ଆକାଉଣ୍ଟକୁ କାପା ପୋର୍ଟଲରେ ଅପଡ଼େଟ୍‌ କରିନାହାନ୍ତି । ତେଣୁ ୨୦୨୪-୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ୍‌ କରିବାକୁ ନିର୍ଦ୍ଦେଶ ଥିଲେ ବି ଏସବୁକୁ କଲେଜ ଅଧକ୍ଷ ମାନିନାହାନ୍ତି। ଯେଉଁଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବିଭାଗ ଦରମା ବନ୍ଦ ରଖିଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି।

Leave A Reply

Your email address will not be published.