Odisha Link
Bridging the Missing Links in Odisha

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜି ମାରିଲା ବିଜେପି, ଆପ୍‌-କଂଗ୍ରେସ ଗଠବନ୍ଧନକୁ ବଡ଼ ଝଟକା

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସକୁ ବଡ଼ ଝଟକା। ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି। କଂଗ୍ରେସ ଓ ଆପ୍‌ ମିଶି ବିଜେପିକୁ ରୋକିବାରେ ଅକ୍ଷମ ହୋଇଛନ୍ତି। ବିଜେପି ପ୍ରାର୍ଥୀ ହରପ୍ରୀତ କୌରଙ୍କୁ ମୋଟ ୧୯ଟି ଭୋଟ ମିଳିଥିବା ବେଳେ ଆପ୍‌ ପ୍ରାର୍ଥୀ ପ୍ରେମଲତାଙ୍କୁ ୧୭ ଖଣ୍ଡ ଭୋଟ ମିଳିଛି। ନମ୍ବର ଗେମ୍‌ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ଗଠବନ୍ଧନ ପକ୍ଷରେ ଥିଲା ହେଲେ ବାଜି ମାରି ନେଇଛି ବିଜେପି।

ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ହରପ୍ରୀତ କୌର ବାବଲା ଆପର ପ୍ରେମ ଲତାଙ୍କୁ ପରାସ୍ତ କରିଛନ୍ତି। ଚଣ୍ଡିଗଡ଼ ମେୟର ନିର୍ବାଚନ ବିଜେପି ଏବଂ ଆପ-କଂଗ୍ରେସ ମେଣ୍ଟ ମଧ୍ୟରେ ଏକ ବଡ଼ ଧରଣର ପ୍ରତିଯୋଗିତା ଥିଲା। ଏହି ପଦବୀ ପାଇଁ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନର ସଭାଗୃହରେ ସକାଳ ୧୧:୨୦ ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ୧୨:୧୯ରେ ଶେଷ ହୋଇଥିଲା। ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନରେ ନିର୍ବାଚିତ କାଉନସିଲର ଏବଂ ଚଣ୍ଡିଗଡ଼ ସାଂସଦଙ୍କ ସମେତ ୩୫ ଜଣ ସଦସ୍ୟ ଅଛନ୍ତି, ଯେଉଁମାନଙ୍କର ପଦାଧିକାରୀ ସଦସ୍ୟ ଭାବରେ ଭୋଟଦାନ ଅଧିକାର ଅଛି।

୩ ଜଣ କାଉନସିଲର କ୍ରସ୍‌ ଭୋଟିଂ କରିବା ଫଳରେ ବିଜେପି ମେୟର ନିର୍ବାଚନ ଜିତି ନେଇଛି। ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ଗଠବନ୍ଧନ କ୍ରସ୍‌ ଭୋଟିଂ ରୋକିବା ପାଇଁ ସମସ୍ତ ନେତାଙ୍କୁ ନୋଟିସ୍‌ ଜାରି କରିଥିଲା। କେବଳ ସେତିକି ନୁହେଁ ଆମ୍‌ ଆଦମୀ ପାର୍ଟିର କାଉନସିଲରଙ୍କ ଉପରେ ପଞ୍ଜାବ ପୁଲିସ ନଜର ରଖିଥିଲା। ଅନ୍ୟପଟେ କଂଗ୍ରେସ କାଉନସିଲରଙ୍କ ଉପରେ ଦଳର ବରିଷ୍ଠ ନେତା ନଜର ରଖିଥିଲେ। ହେଲେ କ୍ରସ୍‌ ଭୋଟିଂକୁ ରୋକିବାରେ ଅସମର୍ଥ ହୋଇଛି କଂଗ୍ରେସ ଓ ଆପ୍‌ ଗଠବନ୍ଧନ।

ଚଳିତଥର ଗୁପ୍ତ ମତଦାନ ପ୍ରଣାଳୀରେ ହୋଇଥିଲା ମେୟର ନିର୍ବାଚନ। ଯାହାଫଳରେ କିଏ କ୍ରସ୍‌ ଭୋଟିଂ କରିଛି ତାହା କଂଗ୍ରେସ ଓ ଆପ୍‌ ଗଠବନ୍ଧନ ଜାଣିପାରିବା ବହୁତ କଷ୍ଟ। ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବ ନ୍ୟାୟଧିଶ ଜୟଶ୍ରୀ ଠାକୁରଙ୍କ ପୃଷ୍ଠପୋଷକତାରେ ନିର୍ବାଚନ ହୋଇଥିଲା।

Leave A Reply

Your email address will not be published.