ଇ-କେୱାଇସି କରିନାହାନ୍ତି ଲକ୍ଷାଧିକ ରାସନ୍କାର୍ଡ ହିତାଧିକାରୀ, ଆସନ୍ତାକାଲି ଶେଷ ତାରିଖ

ଓଏଲ୍ ବ୍ୟୁରୋ: ରାସନ୍କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆସନ୍ତାକାଲି ସରିବ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା। ୩୯ ଲକ୍ଷରୁ ଅଧିକ ଲୋକ ଇ-କେୱାଇସି ଅପଡେଟ କରିନାହାନ୍ତି। ଏବେ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି। ଆହୁରି ୪୦ ଲକ୍ଷ ଇ-କେୱାଇସି କରିନାହାଁନ୍ତି। ତେବେ ଡେଡଲାଇନ ପରିବର୍ତ୍ତନ ହେବ ନା ପରବରର୍ତ୍ତି ପ୍ରକ୍ରିୟା କଣ ରହିବ ସେନେଇ ଦ୍ଵନ୍ଦ୍ଵରେ ଅନେକ ହିତାଧିକାରୀ।
ସୂଚନା ଅନୁସାରେ, ୨ କୋଟି ୯୫ ଲକ୍ଷ ୮୯ ହଜାର ୯୧୨ ଜଣ ଇ-କେୱାଇସି ଯାଞ୍ଚ କରିଛନ୍ତି। ରାଜ୍ୟ ବାହାରୁ ୧ ଲକ୍ଷ ୩୦ ହଜାର ୨୬ ଜଣ ଇ-କେୱାଇସି ଯାଞ୍ଚ କରୁଛନ୍ତି। ଜାନୁଆରୀ ୩୧ରୁ ସରିବ ଇ-କେୱାଇସି। ଯାଞ୍ଚ ପରେ ଯଦି ଅଭିଯୋଗ ଆସେ ସରକାର ବିଚାର କରିବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।