Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ବିଶ୍ୱଦର୍ଶୀଙ୍କ ବିପୁଳ ସମ୍ପତ୍ତି, ଏବେବି ଚାଲିଛି ଚଢ଼ାଉ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ସୁନ୍ଦରଗଡ଼ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ। ଚଢ଼ାଉ ବେଳେ ମିଳିଲାଣି ପୁଳାପୁଳା ପ୍ଲଟ୍‌, ଫ୍ଲାଟ୍ ଓ ସୁନା। ଭୁବନେଶ୍ବରରୁ ୨ଟି ଫ୍ଲାଟ୍ ଠାବ୍, ଆଉ ଏକ ଫ୍ଲାଟ୍ ପାଇଁ ଆଡ୍‌ଭାନ୍ସ, ଭୁବନେଶ୍ବର ଓଲ୍ଡଟାଉନରେ ୨ ମହଲା କୋଠା ଠାବ ହୋଇଛି।

EVOS ଗାଲାକ୍ସିରେ ଫ୍ଲାଟ୍ ପାଇଁ ୧୫ ଲକ୍ଷ ୭୫ ହଜାର ଆଡ୍‌ଭାନ୍ସ, ଭୁବନେଶ୍ବର ଓ ପୁରୀରେ ୯ଟି ଦାମିକିଆ ପ୍ଲଟ ଠାବ ହୋଇଛି। ୧୫୦ ଗ୍ରାମର ସୁନା ଅଳଙ୍କାର ଓ ନଗଦ ୨ ଲକ୍ଷ ୫ ହଜାର ଟଙ୍କାଜବତ ହୋଇଛି। ଚଢାଉ ବେଳେ ଗୋଟିଏ ୪ ଚକିଆ ଓ ୨ଟି ଦୁଇଚକିଆ ଗାଡ଼ି ଠାବ କରାଯାଇଛି।

ସୂଚନା ଅନୁସାରେ, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଛି। ବଣାଇ ସମେତ, ଭୁବନେଶ୍ବର, ବାଲେଶ୍ବର, ଯାଜପୁରରେ ଚାଲିଛି ରେଡ୍‌। ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ୧୦ ଇନସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ନିୟୋଜିତ ହୋଇଛନ୍ତି।

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଓଲ୍ଡ ଟାଉନ ସ୍ଥିତ ଶ୍ରୀରାମ ନଗରରେ ଦୁଇ ମହଲା ବିଶିଷ୍ଟ ଘର, ଲକ୍ଷ୍ମୀସାଗର ସ୍ଥିତ ଆପାର୍ଟମେଣ୍ଟ, ଖାରବେଳନଗର ସ୍ଥିତ ଆପାର୍ଟମେଣ୍ଟ, ବାଲେଶ୍ବର ସେନ୍ ରୋଡ୍‌ ସ୍ଥିତ ଆପାର୍ଟମେଣ୍ଟ, ଯାଜପୁର ଟାଉନ ସ୍ଥିତ ସମ୍ପର୍କୀୟଙ୍କ ଘର, ବୋଣାଇ ସ୍ଥିତ ଅଫିସ୍ ଓ କ୍ବାଟରରେ ଏକକାଳୀନ ଭିଜିଲାନ୍ସ ବିଭାଗ ଚଢ଼ାଉ କରୁଛି।

Leave A Reply

Your email address will not be published.