Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ପୁଣି ଜଣେ ସରକାରୀ ବାବୁ। ସୁନ୍ଦରଗଡ଼ ବୋଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଛି। ବଣାଇ ସମେତ, ଭୁବନେଶ୍ବର, ବାଲେଶ୍ବର, ଯାଜପୁରରେ ଚାଲିଛି ରେଡ୍‌। ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ୧୦ ଇନସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ନିୟୋଜିତ ହୋଇଛନ୍ତି।

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଓଲ୍ଡ ଟାଉନ ସ୍ଥିତ ଶ୍ରୀରାମ ନଗରରେ ଦୁଇ ମହଲା ବିଶିଷ୍ଟ ଘର, ଲକ୍ଷ୍ମୀସାଗର ସ୍ଥିତ ଆପାର୍ଟମେଣ୍ଟ, ଖାରବେଳନଗର ସ୍ଥିତ ଆପାର୍ଟମେଣ୍ଟ, ବାଲେଶ୍ବର ସେନ୍ ରୋଡ୍‌ ସ୍ଥିତ ଆପାର୍ଟମେଣ୍ଟ, ଯାଜପୁର ଟାଉନ ସ୍ଥିତ ସମ୍ପର୍କୀୟଙ୍କ ଘର, ବୋଣାଇ ସ୍ଥିତ ଅଫିସ୍ ଓ କ୍ବାଟରରେ ଏକକାଳୀନ ଭିଜିଲାନ୍ସ ବିଭାଗ ଚଢ଼ାଉ କରୁଛି।

Leave A Reply

Your email address will not be published.