Odisha Link
Bridging the Missing Links in Odisha

ନବ ଦାସ ହତ୍ୟାକାଣ୍ଡ: ବଡ଼ ବୟାନ ଦେଲେ ବିଜେପି ବିଧାୟକ..

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଛି ୨ ବର୍ଷ। ହତ୍ୟାକାଣ୍ଡକୁ ୨ ବର୍ଷ ପୂରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସି ପାରିନାହିଁ। ଏସବୁ ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ ମିଶ୍ର କହିଛନ୍ତି, ସରକାର ନିଜ ଆଡୁ ତଦନ୍ତ କରିପାରିବେ କି ନା ମୁଁ ବିଚାର ଚାଲିଛି। ଆଇନ ଅନୁଯାୟୀ ଯଦି ନିଜ ଆଡୁ କରିପାରିବେ ତେବେ କରାଯିବ।

CBI ତଦନ୍ତ ପାଇଁ ପରିବାର ଲେଖିକି ଦେଲେ ମୁଁ ନିଜେ ଅନୁରୋଧ କରିବି। ରାଜ୍ୟ ସରକାରଙ୍କୁ ଅନୁରୋଧ କରିବି। ନବଙ୍କ ପରିବାରର ଅନୁରୋଧକୁ ସରକାର ସ୍ଵୀକାର କରିବେ। ନବ ଦାସ ହତ୍ୟାକାଣ୍ଡରେ ବହୁ ମୁଣ୍ଡ ସମ୍ପୃକ୍ତ ଅଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ତଦନ୍ତ ଲୋକଙ୍କୁ ସନ୍ତୁଷ୍ଟ କରିପାରିବନି। CBI ତଦନ୍ତ ପାଇଁ ମୁଁ ଆଗରୁ ଦାବି କରିଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

Leave A Reply

Your email address will not be published.