Odisha Link
Bridging the Missing Links in Odisha

ୱାକଫ୍ ବିଲ୍: ଲୋକସଭା ବାଚସ୍ପତିଙ୍କୁ ରିପୋର୍ଟ ଦେଲା ଜେପିସି

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ କେନ୍ଦ୍ରୀୟ ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ୱାକଫ୍ ବିଲ୍ ନେଇ ଲୋକସଭା ବାଚସ୍ପତିଙ୍କୁ ରିପୋର୍ଟ ଦେଲା ଜେପିସି। ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ଲୋକସଭା ବାଚସ୍ପତିଙ୍କୁ ଭେଟି ଆଲୋଚନା କରିବା ସହ ରିପୋର୍ଟ ଦାଖଲ କରିଛି।

ଗତ ସପ୍ତାହରେ ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ବୈଠକରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଜେପିସି ବୈଠକ ଗଣ୍ଡଗୋଳ ଘଟଣାରେ ଅସଦ୍ଦୁଦ୍ଦିନ ଓ କଲ୍ୟାଣ ବାନାର୍ଜୀ, କଂଗ୍ରେସର ନାସିର ହୁସେନଙ୍କ ସମେତ ମୋଟ୍ ୧୦ ଜଣ ବିରୋଧୀ ସାଂସଦଙ୍କୁ ଦିନକ ପାଇଁ ଜେପିସିରୁ ସସପେଣ୍ଡ କରାଯାଇଥିଲା।

ବିରୋଧୀ ସାଂସଦ ଅଭିଯୋଗ କରିଥିଲେ ଯେ, ସେମାନଙ୍କ କଥାକୁ ବୈଠକେ ବାରମ୍ୱାର ଉପେକ୍ଷା କରାଯାଉଛି। ଆଗରୁ ମଧ୍ୟ ବୈଠକରେ ବିବାଦ ହୋଇଥିଲା। ୱାକଫ୍ ନେଇ ଗଠିତ ଜେପିସି ବୈଠକ ଦୁଇଦିନ ଧରି ଚାଲିବା ପରେ ଜେପିସି ରିପୋର୍ଟ ଦାଖଲ କରିଛି।

ସୂଚନାନୁସାରେ, ୱାକଫ ଆକ୍ଟରେ ପ୍ରାୟ ୪୦ଟି ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛି। କେନ୍ଦ୍ର ସରକାର କୌଣସି ସମ୍ପତ୍ତିକୁ ‘ୱାକଫ ସମ୍ପତ୍ତି’ କରିବା ଅଧିକାର ଥିବା ୱାକଫ ବୋର୍ଡର କ୍ଷମତାରେ ଅଙ୍କୁଶ ଲଗାଇବାକୁ ଚାହୁଁଛନ୍ତି। ୪୦ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ୱାକଫ୍ ବୋର୍ଡଦ୍ୱାରା ସମ୍ପତ୍ତି ଉପରେ ଦିଆ ଯାଇଥିବା ଦାବିଗୁଡିକର ବାଧ୍ୟତାମୂଳକ ଯାଞ୍ଚ ହେବ। ୱାକଫ ବୋର୍ଡର ବିବାଦୀୟ ସମ୍ପତ୍ତି ପାଇଁ ବାଧ୍ୟତାମୂଳକ ଯାଞ୍ଚ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

Leave A Reply

Your email address will not be published.