Odisha Link
Bridging the Missing Links in Odisha

ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ସହିଦ ଦିବସ ପାଳିତ

ଓଏଲ୍‌ ବ୍ୟୁରୋ: ଆଜି ସହିଦ ଦିବସ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥିକୁ ସାରା ଦେଶ ସହିଦ ଦିବସ ଭାବେ ପାଳନ କରିଥାଏ। ୧୯୪୮ ମସିହା ଆଜିର ଦିନରେ ବିର୍ଲା ହାଉସ୍‌ରେ ସଂଧ୍ୟା ପ୍ରାର୍ଥନା ସମୟରେ ଗୁଳି ଖାଇ ଟଳି ପଡ଼ିଥିଲେ ଗାନ୍ଧିଜୀ। ଏଘଟଣା ସେତେବେଳେ ସ୍ତବ୍ଧ କରି ଦେଇଥିଲା ସାରା ବିଶ୍ବକୁ । ଅହିଂସାର ଚଳନ୍ତି ପ୍ରତିମାଙ୍କୁ ହରାଇ ମର୍ମାହତ ହୋଇଥିଲେ କୋଟି କୋଟି ଜନତା। ସାରା ବିଶ୍ବ ଅଶ୍ରୁ ସଜଳ ନୟନରେ ଶତାବ୍ଦୀର ସର୍ବଶ୍ରେଷ୍ଠ ଜନନାୟକଙ୍କୁ ସମ୍ମାନ ଜଣାଇଥିଲା।

ମହାତ୍ମା ଗାନ୍ଧୀ ସତ୍ୟ, ଶାନ୍ତି, ଅହିଂସା ଓ ନ୍ୟାୟର ପୂଜାରୀ ଥିଲେ। ଏହି ଦିନ ଦେଶ ପାଇଁ ଜୀବନ ସମର୍ପି ଦେଇଥିବା ସହିଦମାନଙ୍କୁ ଦେଶର କୋଣ ଅନୁକୋଣରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ। ଏହି ଅବସରରେ ଅବସରରେ ବିଧାନସଭା ପ୍ରାଙ୍ଗଣରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।

Leave A Reply

Your email address will not be published.