Odisha Link
Bridging the Missing Links in Odisha

ଠାବ ହେଲା ବିପୁଳ ସମ୍ପତ୍ତି, ବନ୍ଧା ହେଲେ ବିଶ୍ୱଦର୍ଶୀ ସାହୁ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ସୁନ୍ଦରଗଡ଼ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ତାଙ୍କ ଅଫିସ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ପରେ ଆଖି ଖୋସିଲା ଭଳି ସଂପତ୍ତି ଠାବ କରିଛି।

ଭିଜିଲାନ୍ସ ଟିମ ଯାଞ୍ଚ ସମୟରେ ଭୁବନେଶ୍ୱରରେ ଗୋଟିଏ ଦୁଇ ମହଲା କୋଠା ସହ ଗୋଟିଏ ଫ୍ଲାଟ, ଅର୍ଦ୍ଧ ନିର୍ମିତ ଦୁଇଟି ଫ୍ଲାଟ, ଭୁବନେଶ୍ୱର ଓ ପୁରୀରେ ୯ଟି ଦାମୀକିଆ ପ୍ଲଟ,୧୫୯ ଗ୍ରାମ ସୁନା ଗହଣା,ବିଭିନ୍ନ ବ୍ୟାଙ୍କରେ ୬୧ ଲକ୍ଷ ଟଙ୍କାର ଜମା,ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା, ଗୋଟିଏ ଦାମୀ କାର ସହ ଆହୁରି ଅନେକ ସଂପତ୍ତି ଠାବ ହୋଇଛି।

Leave A Reply

Your email address will not be published.