Odisha Link
Bridging the Missing Links in Odisha

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ଆସନ୍ତାକାଲି ସଂସଦରେ ଆଗତ ହେବ ବଜେଟ୍

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦର ମିଳିତ ଅଧିବେଶନ ଆରମ୍ଭରେ ଦିବଂଗତ ନେତାଙ୍କ ଉଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି। ଏହା ସହ ପ୍ରୟାଗରାଜରେ ଘଟିଥିବା କୁମ୍ଭମେଳା ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରି କହିଛନ୍ତି, ମାତ୍ର ଦୁଇ ମାସ ତଳେ ଆମେ ସମ୍ବିଧାନ ଗ୍ରହଣ କରିବାର ୭୫ତମ ବାର୍ଷିକୀ ପାଳନ କରିଥିଲୁ ଏବଂ କିଛି ଦିନ ତଳେ ଭାରତୀୟ ଗଣତନ୍ତ୍ର ମଧ୍ୟ ଏହାର ୭୫ ବର୍ଷର ଯାତ୍ରାକୁ ପୂରଣ କରିଥିଲା। ଏହି ଅବସର ଗଣତନ୍ତ୍ରର ଜନ୍ମଭୂମି ଭାବେ ଭାରତର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବ।

ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୪-୨୫ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଆସନ୍ତାକାଲି ସାଧାରଣ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Leave A Reply

Your email address will not be published.