Odisha Link
Bridging the Missing Links in Odisha

ପ୍ରବାସୀ ଭାରତୀୟ ଦିବସ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା, ଚିଠି ଲେଖିଲେ ଏସ୍‌ ଜୟଶଙ୍କର

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହୋଇଯାଇଛି। ତିନି ଦିନିଆ କାର୍ଯ୍ୟକ୍ରମର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ବୈଦେଶିକ ମନ୍ତ୍ରୀ ଚିଠି ଲେଖିଛନ୍ତି। ପ୍ରବାସୀ ଭାରତୀୟ ଦିବସର ସଫଳତା ନେଇ ଚିଠି ଲେଖି କାର୍ଯ୍ୟକ୍ରମର ସଫଳ ଆୟୋଜନ ନେଇ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମକୁ ନେଇ ସମସ୍ତେ ପ୍ରଶଂସା କରିଥିବା ନେଇ ଚିଠିରେ ଉଲ୍ଲେଖ ହୋଇଛି।

ସୂଚନା ଅନୁସାରେ, ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହୋଇଯାଇଛି। ଜାନୁଆରୀ ୮ରୁ ଆୟୋଜିତ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଥିଲେ। ପୁଞ୍ଜି ନିବେଶ ଠାରୁ ଓଡ଼ିଶାର ବିଭିନ୍ନ କ୍ଷେତ୍ରକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଇଥିଲା। ପ୍ରବାସୀ ଭାରତୀୟଙ୍କୁ ନିଜ ମାଟିର ପରାକାଷ୍ଠା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.