Odisha Link
Bridging the Missing Links in Odisha

ଶସ୍ତା ହେବ ୩୬ ଜୀବନ ରକ୍ଷାକାରୀ ଔଷଧ, ଘୋଷଣା କଲେ ଅର୍ଥମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବଜେଟ୍‌ ୨୦୨୫ରେ ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼। କଷ୍ଟମ ଡ୍ୟୁଟି ଛାଡ଼ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା

ଯାହାଫଳରେ କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ଦୂରାରୋଗ୍ୟ ରୋଗ ପାଇଁ ଦରକାର ପଡ଼ୁଥିବା ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ। ଏହି ଔଷଧଗୁନିକ ଉପରୁ ସରକାର ସମ୍ପୂର୍ଣ୍ଣ ରୂପେ ସୀମା ଶୁଳ୍କ ଛାଡ଼ କରାଯିବ। ସେହିପରି ଅନ୍ୟ କିଛି ଔଷଧ ଉପରୁ ଆଂଶିକ ରୂପେ ସୀମା ଶୁଳ୍କ ଛାଡ଼ କରାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି।

ସେହିପରି ବୀମା କ୍ଷେତ୍ର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ସରକାର ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୭୫% ରହିଥିବାବେଳେ ବଜେଟରେ ତାହାକୁ ୧୦୦% କରାଯାଇଛି।

Leave A Reply

Your email address will not be published.