ଗରିବ, ଯୁବବର୍ଗ, ଚାଷୀ ଏବଂ ମହିଳାଙ୍କ ବଜେଟ୍: ଅର୍ଥମନ୍ତ୍ରୀ
ଓଏଲ୍ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା। ସଂସଦରେ ଉପସ୍ଥାପିତ ହେଲା ବଜେଟ୍ ୨୦୨୫। ଲଗାତାର ୮ମ ଥର ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ଉପସ୍ଥାପିତ କରି ନିର୍ମଳା କହିଛନ୍ତି, ଭାରତୀୟ ଅର୍ଥନୀତିର ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି। ଦେଶର ପ୍ରଗତି ଆମର ଲକ୍ଷ୍ୟ। ଦ୍ରୁତ ଗତିରେ ବୃଦ୍ଧି ପାଉଛି ଭାରତର ଅର୍ଥନୀତି।
ସେ ଆହୁରି କହିଛନ୍ତି, ଚଳିତ ବର୍ଷର ବଜେଟ୍ ଗରିବ, ଅନ୍ନଦାତା, ଯୁବଗୋଷ୍ଠୀ ଓ ନାରୀଙ୍କ ବଜେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ମିଳିଛି। ଯବୁକଙ୍କୁ ରୋଜଗାର ଦେବା ଆମ ସରକାରର ପ୍ରଥମ ପ୍ରାଥମିକତା। ଚାଷୀଙ୍କ ପାଇଁ ଧନଧାନ୍ୟ ଯୋଜନା ଆରମ୍ଭ ହେବ। ୧.୭ କୋଟି ଚାଷୀ ଉପକୃତ ହେବେ। ଗ୍ରାମୀଣ ଭାରତରେ ରୋଜଗାରକୁ ଗୁରୁତ୍ବ ଦିଆଯିବ। ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରତା ବଢ଼ିବ।