Odisha Link
Bridging the Missing Links in Odisha

ଷ୍ଟାର୍ଟଅପ୍ ପାଇଁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ୍ ସହାୟତା

ଓଏଲ୍‌ ବ୍ୟୁରୋ: ସଂସଦରେ ବଜେଟ୍ ୨୦୨୫-୨୬ ଉପସ୍ଥାପିତ। ଗୃହରେ ବଜେଟକୁ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲାଗତାର ଅଷ୍ଟମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରୁଛନ୍ତି। ମୋଦି ୩.O ସରକାରଙ୍କ ଏହା ପୂର୍ଣ୍ଣାଙ୍ଗ ବଜେଟ୍। ନିର୍ମଳା ଦେଶର ବିକାଶରେ କୃଷିକୁ ପ୍ରଥମ ଇଞ୍ଜିନର ଆଖ୍ୟା ଦେଇଥିବା ବେଳେ MSME ଦେଶର ବିକାଶରେ ଦ୍ବିତୀୟ ଇଞ୍ଜିନ ସାଜିଥିବା କହିଛନ୍ତି।

ସେ କହିଛନ୍ତି, ଦେଶରେ MSME ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି। ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍‌ ଦିଆଯାଇଛି। ବଜେଟରେ ଅଣୁ ଓ କ୍ଷୁତ୍ର ଶିଳ୍ପ କ୍ଷେତ୍ର ପାଇଁ ଅଧିକ ଋଣ ପ୍ରଦାନ କରାଯିବ ନେଇ ମଞ୍ଜୁରୀ ମିଳିବ। ଯୁବଗୋଷ୍ଠୀଙ୍କୁ MSME ଦ୍ବରା ଅଧିକ ନିଯୁକ୍ତି ମିଳିବ। ସେହିପରି ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍‌ ଦେଇଛନ୍ତି ସରକାର। ଏଥିରେ ୨୨ ଲକ୍ଷ ଲୋକ ଉପକୃତ ହେବେ।

ସେ ଆହୁରି କହିଛନ୍ତି, ଯୁବପିଢୀଙ୍କୁ ରୋଜଗାର ଦେବା ନେଇ ସରରକାରଙ୍କ ପ୍ରାଥମିକତା ରହିଛି।ଷ୍ଟାର୍ଟ ଅପ୍ ପାଇଁ ୧୦ ହଜାର କୋଠିର ଫଣ୍ଡ।ଷ୍ଟାର୍ଟଅପ୍ ପାଇଁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ୍ ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ଘୋଷଣା କରିବା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଷାନ୍ କ୍ରେଡିଟ୍ କାର୍ଡର ଲିମିଟ୍ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି। ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବାବେଳେ, ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। କିଷାନ କ୍ରେଡିଟ୍ କାର୍ଡ ୭.୭ କୋଟି ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ପାଇଁ ସ୍ୱଳ୍ପକାଳୀନ ଋଣ ପ୍ରଦାନ କରୁଛି।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ୍ ବିକାଶକୁ ନୂଆ ଦିଗ ଦେବ। ସମସ୍ତଙ୍କ ବିକାଶ, ମଧ୍ୟବିତ୍ତଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ବଜେଟ୍ ସମର୍ପିତ। ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଧନଧ୍ୟାନ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଶି ଚଲାଇବେ କେନ୍ଦ୍ର ସରକାର। ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିପାରିବ। ପ୍ରଥମ ପର୍ୟ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ ସାମିଲ କରାଯିବ। ବଜେଟ୍‌ ଉପସ୍ଥାପିତ କରି ନିର୍ମଳା କହିଛନ୍ତି, ଭାରତୀୟ ଅର୍ଥନୀତିର ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି। ଦେଶର ପ୍ରଗତି ଆମର ଲକ୍ଷ୍ୟ। ଦ୍ରୁତ ଗତିରେ ବୃଦ୍ଧି ପାଉଛି ଭାରତର ଅର୍ଥନୀତି।

ସେ ଆହୁରି କହିଛନ୍ତି, ଚଳିତ ବର୍ଷର ବଜେଟ୍‌ ଗରିବ, ଅନ୍ନଦାତା, ଯୁବଗୋଷ୍ଠୀ ଓ ନାରୀଙ୍କ ବଜେଟ୍। ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇି। ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ବିିକାଶକୁ ବେଶୀ ଗୁରୁତ୍ବ। ସ୍ବାସ୍ଥ୍ୟ, ରୋଜଗାର ଏବଂ କୃଷିକୁ ଫୋକସ୍‌। ଗ୍ରାମୀଣ ମହିଳା ଏବଂ ଯୁବଗୋଷ୍ଠୀଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ନିର୍ମଳା ସୀତାରମଣ।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ମିଳିଛି। ଯବୁକଙ୍କୁ ରୋଜଗାର ଦେବା ଆମ ସରକାରର ପ୍ରଥମ ପ୍ରାଥମିକତା। ଚାଷୀଙ୍କ ପାଇଁ ଧନଧାନ୍ୟ ଯୋଜନା ଆରମ୍ଭ ହେବ। ୧.୭ କୋଟି ଚାଷୀ ଉପକୃତ ହେବେ। ଗ୍ରାମୀଣ ଭାରତରେ ରୋଜଗାରକୁ ଗୁରୁତ୍ବ ଦିଆଯିବ। ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରତା ବଢ଼ିବ।

Leave A Reply

Your email address will not be published.