Odisha Link
Bridging the Missing Links in Odisha

ଅଭିଯୋଗକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ, କହିଲେ-ପ୍ରଥମେ ଜିଲ୍ଲାରେ କରନ୍ତୁ ଅଭିଯୋଗ

ଓଏଲ୍ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରୁଛନ୍ତି। ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଶୁଣାଣି ହୋଇଛି। ଦିନ ୧୧ଟା ଠାରୁ ଶୁଣାଣି ଆରମ୍ଭ ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଭିଯୋଗ ପ୍ରକୋଷ୍ଠରେ ୬୫୪୫ଟି ଦରଖାସ୍ତର ସମାଧାନ ହୋଇଛି। ବର୍ତ୍ତମାନ ସୁଦ୍ଧା ୭୦୦ ଅଭିଯୋଗ ଗ୍ରହଣ କରାଯାଇଛି।

ଆଜି ସୁଦ୍ଧା ୮୦୩୧ ଦରଖାସ୍ତ ଗ୍ରହଣ କରାଯାଇଛି। ସେଗୁଡିକ ମଧ୍ୟରୁ ୬୫୪୫ଟି ଦରଖାସ୍ତର ସମାଧାନ ହୋଇଯାଇଛି। ଜୁନ ୨୦୨୪ରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୬୫୪୫ଟି ଦରଖାସ୍ତର ସମାଧାନ ହୋଇଯାଇଛି। ବିରଳ ରୋଗ ଥିବା ଲୋକମାନେ ଅଭିଯୋଗ ନେଇ ଆସୁଛନ୍ତି। ଜେରୋଡ୍ରମ୍‌ ରୋଗଥିବା ୭ ବର୍ଷର ଝିଅ ଆଜି ଆସିଥିଲା। ତୁରନ୍ତ ତାଙ୍କୁ ୫ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି। ଅଭିଯୋଗକାରୀମାନେ ପ୍ରଥମେ ଜିଲ୍ଲାରେ ଅଭିଯୋଗ କରନ୍ତୁ। ଭୁବନେଶ୍ବର ଆସିଲେ ସେମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.