ଅଡୁଆରେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଜାରି ହେଲା ଏନବିଡବ୍ଲୁ
ଓଏଲ୍ ବ୍ୟୁରୋ: ଅଡୁଆରେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ଜାରି ହେଲା ଏନବିଡବ୍ଲୁ। କୋର୍ଟରେ ହାଜର ନହେବାରୁ ଏନବିଡବ୍ଲୁ ଜାରି କଲେ ଏସ୍ଡିଜେଏମ୍। ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସହଯୋଗୀ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଏନବିଡବ୍ଲୁ ଜାରି କଲେ ଏସ୍ଡିଜେଏମ୍। ୨୦୧୯ ଡିସେମ୍ବରରେ ଦେବନାରାୟଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଦେବନାରାୟଣଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଥିଲେ। ମନୀଷ ଅଗ୍ରୱାଲଙ୍କ ସହ ଅନ୍ୟ ୩ ଜଣଙ୍କ ନାମରେ ମଧ୍ୟ ଏନବିଡବ୍ଲୁ ଜାରି ହୋଇଛି। ବାରମ୍ବାର ସମନ ପରେ ମନୀଷ ଅଗ୍ରୱାଲ କୋର୍ଟରେ ହାଜର ହେଉ ନଥିଲେ।