Odisha Link
Bridging the Missing Links in Odisha

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ମନା, ବିଏମସିର କଡ଼ା ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରିରେ ମାଘସପ୍ତମୀ କୁମ୍ଭମେଳା। ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରିବେ ଖଣ୍ଡଗିରି ମେଳାରେ। ଏହି ମେଳା ପାଇଁ ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ଏଠାରେ ପହଞ୍ଚି ସାରିଛନ୍ତି। କଟକଣାମୁକ୍ତ ମେଳାର ଆୟୋଜନ ହେଉଥିବାରୁ ପ୍ରବଳ ଭିଡ ଆଶଙ୍କା କରାଯାଇଛି। ସାଧୁସନ୍ଥଙ୍କ ପାଇଁ ସ୍ଥାୟୀ ପାଣି ବ୍ୟବସ୍ଥା ସହିତ ଲାଇଟ୍‌ ଓ ଛାମୁଣ୍ଡିଆ ହୋଇଛି। କିନ୍ତୁ ଚଳିତ ଥର ଉଦୟଗିରି ପରି ଖଣ୍ଡଗିରିକୁ ଯିବା ପାଇଁ ଟିକେଟ୍‌ ବ୍ୟବସ୍ଥା ହୋଇଥିବାରୁ ଭକ୍ତମାନେ ଚିନ୍ତାରେ ପଡ଼ିଲେଣି।

ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ସଜବାଜ ହେଲେଣି ଯାତ୍ରା କମିଟି। ତେବେ ଏସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ମନା। ବାହାର ଆଇଟମ୍‌ ଡ୍ୟାନ୍ସରଙ୍କୁ ଖଣ୍ଡଗିରି ମନା କରାଯାଇଛି। ଖଣ୍ଡଗିରି ପୁଲିସ ଓ ଯାତ୍ରା କମିଟି ପକ୍ଷରୁ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯିବ ପରେ ଆଜି ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ଯାତ୍ରା ପାର୍ଟି ମାଲିକଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ଖଣ୍ଡଗିରିର ମର୍ଯ୍ୟାଦା ହାନି ନ କରିବାକୁ ପାର୍ଟି ମାଲିକଙ୍କୁ କୁହାଯାଇଛି।

ନିଷ୍ପତ୍ତି ଅନୁଯାୟୀ, ବାହାର ଡ୍ୟାନ୍ସରଙ୍କୁ ଖଣ୍ଡଗିରି ମନା। ଏଥର ଖଣ୍ଡଗିରିରେ ନାଚି ପାରିବେନି ନିଶା ମହାରଣା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶନୀ। ଖଣ୍ଡଗିିରି ଥାନା ପକ୍ଷରୁ ଯାତ୍ରା କମିଟି ଗୁଡ଼ିକୁ ସିଧା ମନା କରାଯାଇଛି। ଫେବୃଆରୀ ୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହାସମର ହେବ।

Leave A Reply

Your email address will not be published.