ହେଲ୍ଥ ୱାରକର ନିଯୁକ୍ତିରେ ଲାଗିଲା ରୋକ, ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ..
ଓଏଲ୍ ବ୍ୟୁରୋ: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଅଧିନସ୍ଥ ହେଲ୍ଥ ୱାରକର ନିଯୁକ୍ତି ଉପରେ ଲାଗିଲା ରୋକ। ମଲ୍ଟି ପର୍ପସ୍ ହେଲ୍ଥ ୱାର୍କର ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଆସନ୍ତା ଶୁଣାଣି ଯାଏଁ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ଜାରି ରହିଲେ ବି ପରବର୍ତ୍ତୀ ଆଦେଶ ଯାଏଁ ନିଯୁକ୍ତି ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ୨୭୫୩ଟି ପଦବୀ ପାଇଁ OSSSC ମେରିଟ୍ ଲିଷ୍ଟ ପ୍ରକାଶ କରିଛି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଲେ ବି ପରବର୍ତ୍ତୀ ଆଦେଶ ଯାଏଁ ନିଯୁକ୍ତି ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।