Odisha Link
Bridging the Missing Links in Odisha

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ତ୍ୱରିତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣୀ କରୁଛନ୍ତି। ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଶୁଣାଣି ଚାଲିଛି। ଦିନ ୧୧ଟା ଠାରୁ ଶୁଣାଣି ଆରମ୍ଭ ହୋଇଥିବା ବେଳେ ପଞ୍ଜୀକୃତ କରିଥିବା ୧୦୦୦ ଜଣଙ୍କର ଅଭିଯୋଗ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଶୁଣିବେ। ରାଜ୍ୟର କୋଣ ଅନୁକୋଣରେ ଆସିଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ସମସ୍ୟା ଉପସ୍ଥାପନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ତ୍ୱରିତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଏପରିକି ଆଜି ଶୁଣାଣୀ ସମୟରେ ଚାଲିପାରୁ ନଥିବା ଜଣେ ୧୨ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ଚିକିତ୍ସା ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ତାଙ୍କୁ ଅଭିଯୋଗ ପ୍ରକୋଷ୍ଠରୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ଜଣାପଡିଛି।

Leave A Reply

Your email address will not be published.