Odisha Link
Bridging the Missing Links in Odisha

ଓଡ଼ିଶା ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ, ୧୨ ଲକ୍ଷ କୋଟିର ଦାବି ରଖିବ ଓଡ଼ିଶା

ଓଏଲ୍‌ ବ୍ୟୁରୋ: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡଶ ଅର୍ଥ କମିଶନ। ଏହି ଅବସରରେ ଓଡ଼ିଶା କଣ ଦାବି ଉପସ୍ଥାପନ କରିବ ସେନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢିଛି। ଚେୟାରମ୍ୟାନ ଅରବିନ୍ଦ ପାନାଗାରିୟାଙ୍କ ନେତୃତ୍ବରେ ଆସୁଛି ଟିମ। ଫେବୃଆରୀ ୬ ତାରିଖ ସକାଳ ୯ଟା ୩୦ରୁ ଅପରାହ୍ନ ଗୋଟାଏ ଯାଏଁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ସହ ସେ ବୈଠକ କରିବେ। ସବୁ ବିଭାଗ ମୁଖ୍ୟଙ୍କୁ ସେହି ସମୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫ ବର୍ଷ ପାଇଁ ୧୨.୫୬ ଲକ୍ଷ କୋଟିର ଦାବି ରଖିବ ଓଡ଼ିଶା। ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କୁ ବି ଭେଟିବେ କମିଶନ।

Leave A Reply

Your email address will not be published.