୧୮ରୁ ଯୁକ୍ତଦୁଇ ପରୀକ୍ଷା, ୪୫ ଦିନ ପରେ ବାହାରିବ ରେଜଲ୍ଟ
ଓଏଲ୍ ବ୍ୟୁରୋ: ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା। ଆଉ ଏହା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ହେବ। ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ବୈଠକ ପରେ CHSE ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ମୋଟ ୨୨ଟି ସିଟିଂରେ ପରୀକ୍ଷା ହେବ। ମୋଟ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ପରୀକ୍ଷା ଶେଷ ହେବାର ୪୫ ଦିନ ପରେ ରେଜଲ୍ଟ ବାହାରିବାକୁ ପ୍ରୟାସ କରାଯିବ। କୌଣସି ଅପପ୍ରଚାରରେ ବିଶ୍ଵାସ ନ କରିବାକୁ CHSE ପକ୍ଷରୁ ପରାମର୍ଶ ଦିଆଯାଇଛି।
ସୂଚନା ଅନୁସାରେ, ଫେବ୍ରୁଆରୀ ୧୮ରୁ ଆରମ୍ଭ ଯୁକ୍ତ ଦୁଇ ପାରିଖରେ ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଏମ୍ଆଇଏଲ୍ (ଓଡ଼ିଆ) ପରୀକ୍ଷା ଅଛି। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ସେଦିନ ସେମାନଙ୍କର ଏମ୍ଆଇଏଲ୍ (ଓଡ଼ିଆ) ପରୀକ୍ଷା ଅଛି। ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ ହେବ। କପି ରୋକିବାକୁ ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।