Odisha Link
Bridging the Missing Links in Odisha

ଆସନ୍ତାକାଲି ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ, ମହାକୁମ୍ଭରେ ହେବେ ସାମିଲ

ଓଏଲ୍‌ ବ୍ୟୁରୋ: ପ୍ରୟାଗରାଜରେ ଆସ୍ଥା ଓ ବିଶ୍ବାସର ମହାକୁମ୍ଭ। ୨୨ ଦିନରେ ୩୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିବା ଉତ୍ତର ପ୍ରଦେଶ ସରକାର ସୂଚନା ଦେଇଛନ୍ତି। ତେବେ ୫୫ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ମେଳାରେ ୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ଫେବ୍ରୁଆରୀ ୨୬ ତାରିଖରେ ଅନ୍ତିମ ସାହି ସ୍ନାନ ସହ ମହାକୁମ୍ଭ ଉଦଯାପିତ ହେବ।

ଆସନ୍ତାକାଲି ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭରେ ବୁଡ ପକାଇବେ ମୋଦି। ଆସନ୍ତାକାଲି ମହାକୁମ୍ଭରେ ସାମିଲ ହୋଇ ବୁଡ ପକାଇବେ ପ୍ରଧାନମନ୍ତ୍ରୀ। ଫେବ୍ରୁୟାରୀ ୫ ଅର୍ଥାତ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କର ପ୍ରୟାଗରାଜ ଗସ୍ତର କାର୍ଯ୍ୟକ୍ରମ ରହିଛି। ଯେଉଁଠି ସେ ପବିତ୍ର ମହାକୁମ୍ଭମେଳାରେ ସାମିଲ ହୋଇ ଗଙ୍ଗାରେ ସ୍ନାନ କରିବେ।

ତେବେ ଆସନ୍ତାକାଲି ଦିନ ୧୦ଟାରେ ପ୍ରୟାଗରାଜ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କିଛି ସମୟ ବିଶ୍ରାମ ନେବା ପରେ ମହାକୁମ୍ଭନଗର ସ୍ଥିତ ଗଙ୍ଗା ନଦୀରେ ବୁଡ ପକାଇବେ ଏବଂ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାରେ ଉପସ୍ଥିତ ରହିବେ।

Leave A Reply

Your email address will not be published.