ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ
ଓଏଲ୍ ବ୍ୟୁରୋ: ମଧ୍ୟ ପ୍ରଦେଶରେ ମିରେଜ୍ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶିବପୁରୀ ନିକଟରେ ନିୟମିତ ଟ୍ରେନିଂ ବେଳେ ଦୁର୍ଘଟଣାରେ ଜାଳି ଯାଇଛି ମିରେଜ୍ ଫାଇଟର ଏୟାରକ୍ରାଫ୍ଟ। ଟୁ ସିଟର୍ ଏୟାରକ୍ରାଫ୍ଟ ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ଘଟିବା ପରେ ଧୂଆଁ ବାହାରିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଯାଇଥିଲେ। ପରେ ମିରେଜ୍ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଥିଲା ।