ରାଜ୍ୟ ରାଜନୀତିରେ ବାବୁ ସିଂଙ୍କ ଠେଙ୍ଗା, ବଡ଼ ବୟାନ ଦେଲେ ବିଜେଡି ନେତା..
![](https://www.odishalink.com/wp-content/uploads/2025/02/ssi.jpg)
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ଖଣ୍ଡଗିରି ମେଳା। ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବ ମହାସମର। କିନ୍ତୁ ତା ପୂର୍ବରୁ ଠେଙ୍ଗା ଧରି କଡ଼ା ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ। ମାଆ ବାରଭୁଜାଙ୍କ ପାଖରେ ଶହେ ଠେଙ୍ଗା ପୂଜା କରାଇଛନ୍ତି। ଯାତ୍ରାରେ ଅଶ୍ଲୀଳତାକୁ ପ୍ରଶୟ ଦିଆଯିବନି। ସେପଟେ ବିଏମସି ମଧ୍ୟ ଏନେଇ ସଜାଗ ଥିବା କହିଛି।
ବାବୁ ସିଂଙ୍କ ଠେଙ୍ଗା ବାହିନୀକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି, ବାବୁ ସିଂ ବିଜେପି ବିଧାୟକ, ସାମ୍ବିଧାନିକ ପଦବୀରେ ଅଛନ୍ତି। ପଦବୀରେ ରହି ଆଇନକୁ ହାତକୁ ନେବା କେତେ ଦୂର ଠିକ୍। ଅଶ୍ଲୀଳ ନୃତ୍ୟ ପାଇଁ SOP ଆସିବ କହିଥିଲେ ଆଇନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଉପରେ ଭରସା ନଥିବାରୁ ଠେଙ୍ଗା ଧରିଛନ୍ତି ବୋଲି ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି।