Odisha Link
Bridging the Missing Links in Odisha

କେଉଁ ବର୍ଷ କେତେ ଭାରତୀୟ ହୋଇଛନ୍ତି ଆମେରିକା ଦ୍ବାରା ପ୍ରତ୍ୟର୍ପିତ ? ସଂସଦରେ ହିସାବ ଦେଲେ ବୈଦେଶିକ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବୁଧବାର ଅପରାହ୍ନରେ ୧୦୪ ଜଣ ପ୍ରତ୍ୟର୍ପିତ ପ୍ରବାସୀ ଭାରତୀୟଙ୍କୁ ନେଇ ଅମୃତସରରେ ଆମେରିକାର ସାମରିକ ସି-୧୭ ବିମାନ ଅବତରଣ କରିଛି। ଏଥିରେ ପଞ୍ଜାବର ୩୦ ଜଣ, ପଡ଼ୋଶୀ ହରିୟାଣାର ୩୩ ଜଣ, ଗୁଜୁରାଟର ୩୩ ଜଣ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରୁ ୩ ଜଣ ଲେଖାଏଁ ଏବଂ ଚଣ୍ଡିଗଡ଼ର ୨ ଜଣ ଅଛନ୍ତି। ଗତ ମାସରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବେଆଇନ ପ୍ରବାସୀଙ୍କୁ ଦେଶାନ୍ତର କରାଯାଇଛି। ଏହି ପ୍ରସଙ୍ଗରେ ସଂସଦରେ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ସେ କହିଛନ୍ତି, ଅବୈଧ ପ୍ରବାସୀଙ୍କୁ ପ୍ରତ୍ୟର୍ପିତ କରିବା ଘଟଣା କିଛଇ ନୂଆ ନୁହେଁ। ଆମେରିକାର ନିୟମ ଅନୁଯାୟୀ ଭାରତୀୟଙ୍କୁ ପଠାଇ ଦିଆଯାଉଛି।

ଏସ୍‌ ଜୟଶଙ୍କର କହିଛନ୍ତି, ପ୍ରତ୍ୟର୍ପିତର ନିୟମ ନୂଆ ନୁହେଁ। ବିଗିତ କିଛି ବର୍ଷ ଧରି ଏଭଳି ଚାଲିଛି। ୨୦୧୨ ମସିହାରୁ ଏହି ନିୟମ ଲାଗୁ ହୋଇଛଇ। ଆମେରିକାରେ ପ୍ରତିବର୍ଷ ପ୍ରତିଟି ଦେଶର ନାଗରିକଙ୍କ ରାଷ୍ଟ୍ରୀୟତା ଯାଞ୍ଚ ହୋଇଥାଏ। ଆମେ ପ୍ରତ୍ୟର୍ପିତ ମାମଲାରେ ଆମେରିକା ସହିତ ସମ୍ପର୍କରେ ରହିଛୁ। କାରଣ ଯେପରିକି କୌଣସି ଭାରତୀୟ ଉପରେ ଅମାନବିୟ କାର୍ଯ୍ୟ ନହୁଏ। ଭାରତ ସରକାର ଏଥିପ୍ରତି ସଜାଗ ଅଛନ୍ତି ବୋଲି କହିଛନ୍ତି ଏସ୍‌ ଜୟଶଙ୍କର।

ସେ ସଂସଦରେ ଆହୁରି କହିଛନ୍ତି, ୨୦୦୯ ମସିହାରୁ ୨୦୨୫ ମଧ୍ୟରେ ୧୫,୭୨୧ ଜଣ ପ୍ରବାସୀ ଭାରତୀୟ ଆମେରିକାରେ ପ୍ରତ୍ୟର୍ପିତ ହୋଇଛନ୍ତି। ୨୦୦୯ ମସିହାରେ ୭୩୪, ୨୦୧୦ରେ ୭୯୯, ୨୦୧୧ରେ ୫୯୭, ୨୦୧୨ରେ ୫୩୦, ୨୦୧୩ରେ ୫୧୫, ୨୦୧୪ରେ ୫୯୧, ୨୦୧୫ରେ ୭୦୮, ୨୦୧୬ରେ ୧୩୦୩, ୨୦୧୭ରେ ୧୦୨୪, ୨୦୧୮ରେ ୧୧୮୦, ୨୦୧୯ରେ ୨୦୪୨, ୨୦୨୦ରେ ୧୮୮୯, ୨୦୨୧ରେ ୮୦୫,୨୦୨୨ରେ ୮୬୨, ୨୦୨୩ରେ ୬୭୦, ୨୦୨୪ରେ ୧୩୬୮ ଓ ୨୦୨୫ରେ ୧୦୪ ଜଣ ପ୍ରବାସୀ ଭାରତୀୟଙ୍କୁ ପ୍ରତ୍ୟର୍ପିକ କରିଛି ଆମେରିକା। ଏନେଇ ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।

Leave A Reply

Your email address will not be published.