Odisha Link
Bridging the Missing Links in Odisha

ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ ଆରମ୍ଭ: ୨ ରେଳ କର୍ମଚାରୀ ନିଲମ୍ବିତ

ଓଏଲ୍‌ ବ୍ୟୁରୋ: ରାଉରକେଲା ଠାରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଯାହାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ରେଳ କର୍ମଚାରୀଙ୍କ ତ୍ରୁଟିରୁ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।ବାସନ୍ତୀ କଲୋନୀ ମାଲଗୋଦାମରେ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଘଟଣାର ତଦନ୍ତ ପାଇଁ ରେଲୱେ ଜେନେରାଲ ମ୍ୟାନେଜର ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ତଦନ୍ତ ପରେ ଷ୍ଟେସନ ମ୍ୟାନେଜର ଓ ଟ୍ରେନ୍ ଡ୍ରାଇଭର୍ ନିଲମ୍ବନ ହୋଇଥିବାବେଳେ ସ୍ନେଟିଂ କର୍ମଚାରୀଙ୍କୁ ନିଲମ୍ବନ କରି ତଦନ୍ତ କରୁଛି ରେଲ ବିଭାଗ।

ଖବର ଅନୁସାରେ, ରାଉରକେଲା ଠାରେ ଏକ ଟ୍ରେନ୍ ଟ୍ରାକରୁ ଖସି ଜନବସତି ଭିତରକୁ ମାଡ଼ି ଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ଦେଖିବାକୁ ମିଳେ ଯେ ଟ୍ରେନ୍ ଅନେକ ଘର ଉପରକୁ ଚଢିଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି ହତାହତ ହେବାର ଖବର ଆସିନାହିଁ। ତଥାପି ଟ୍ରେନରେ ଧକ୍କା ଦେବା ପରେ କିଛି ଯାନବାହନ, ଘର କ୍ଷତି ଗ୍ରସ୍ତ ହୋଇଛି।

Leave A Reply

Your email address will not be published.