Odisha Link
Bridging the Missing Links in Odisha

ଖୋଲୁଛି ଶାନ୍ତନୁ ମହାପାତ୍ରଙ୍କ ଲାଞ୍ଚ କାରବାରର ପେଡ଼ି, କୋଟିକୋଟି ଟଙ୍କାର ସମ୍ପତି ଠାବ

ଓଏଲ୍‌ ବ୍ୟୁରୋ: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌। ଜୟପୁର ଓ ମାଲକାନଗିରି ସ୍ଥିତ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ରେଡ୍‌ କରିବା ପରେ ଖୋଲୁଛି ଜଳଛାୟା ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଲାଞ୍ଚ କାରବାରର ପେଡ଼ି। ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଢାଲ କରି ଅନଲାଇନରେ ନେଉଥିଲେ ଲାଞ୍ଚ। ୨୦୧୯ରୁ ୨୦୨୪ମଧ୍ୟରେ ୧ କୋଟି ଟଙ୍କା ଲାଞ୍ଚ ଆଣିଥିବା ତଥ୍ୟ ପାଇଛି ଭିଜିଲାନ୍ସ। ଏନେଇ ଗଞ୍ଜାମର ଏକ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଭିଜିଲାନ୍ସର ପଚରାଉଚରା।

ଜଗନ୍ନାଥ ପ୍ରସାଦ ସ୍ଥିତ ଜନସେବା କେନ୍ଦ୍ରର ଜଣେ କର୍ମଚାରୀଙ୍କୁ ଭିଜିଲାନ୍ସ ପଚରାଉଚରା କରିଛି। ଶ୍ରମିକଙ୍କୁ ଟଙ୍କା ପୈଠ ଦର୍ଶାଇ ସରକାରୀ ଟଙ୍କାକୁ ଏକାଧିକ ଆକାଉଣ୍ଟକୁ ନେଇ ଆତ୍ମସାତ କରୁଥିଲେ। ଠକାମିରେ ଶାନ୍ତନୁ ମହାପାତ୍ରଙ୍କୁ ସହଯୋଗ କରୁଥିଲେ ଡିଇଓ ଏବଂ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ। ଡିଇଓ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଘରେ ମଧ୍ୟ ଗତକାଲି ଭିଜିଲାନ୍ସ ରେଡ୍‌ କରିଥିଲା।

ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ଭିଜିଲାନ୍ସ ଟିମ ମିଳିତ ଭାବେ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍‌ କରିଛି। ଜୟପୁର ସ୍ଥିତ ପ୍ରକଳ୍ପ ଅଧିକାରୀଙ୍କ ଘରେ ଚଢ଼ାଉ ବେଳେ ନଗଦ ଏକ କୋଟି ଟଙ୍କା ଉଦ୍ଧାର ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.