Odisha Link
Bridging the Missing Links in Odisha

ତିରୁପତି ଲଡୁ ବିବାଦ: ୪ ଜଣଙ୍କୁ ଗିରଫ କଲା ସିବିଆଇ

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟରେ ତିରୁପତି ଲଡ଼ୁ ବିବାଦ ମାମଲା ପହଂଚିବା ପରେ ୪ ଜଣଙ୍କୁ ଗିରଫ କରିଥିଲା ସିବିଆଇ। ତିରୁପତି ମନ୍ଦିରର ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁଙ୍କ ଚର୍ବି ଓ ମାଛ ତେଲ। ଏଭଳି ଅଭିଯୋଗ ଆସିବା ପରେ ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ। ଅପମିଶ୍ରଣ କରାଯାଇଥିବା ଅଭିଯୋଗ ନେଇ ପୂର୍ବତନ ସିଏମ ଜଗନମୋହନ ରେଡ୍ଡୀ, ପ୍ରସାଦ କଣ୍ଟ୍ରାଟ ନେଇଥିବା ସଂସ୍ଥା ବିରୋଧରେ ପିଟିସନ ଦାଖଲ କରିଥିଲେ ଆଇନଜୀବୀ।

ସେପଟେ ପ୍ରସାଦର ସ୍ବଚ୍ଛତା ନେଇ ରିପୋର୍ଟ ତଲବ କରିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏହି ଘଟଣା ତଦନ୍ତ ଭାର ହାତକୁ ନେଇଥିଲା ସିବିଆଇ। ଏହି ଘଟଣାରେ ଘିଅ ସପ୍ଲାଏ କରୁଥିବା ୪ ଜଣଙ୍କୁ ଗିରଫ କରିଥିଲା ସିବିଆଇ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ।

ସୂଚନା ଅନୁସାରେ, ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ବିଆର ଗଭଇଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଛି। ଏହି ମାମଲାର ଯାଞ୍ଚ ପାଇଁ ଏକ ନୂତନ ସ୍ବତନ୍ତ୍ର ଏସଆଇଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଆଯାଇଥିଲା।

ସୁପ୍ରିମକୋର୍ଟରେ ତିରୁପତି ମନ୍ଦିରର ଲଡ଼ୁର ଶୁଦ୍ଧତାକୁ ନେଇ ହୋଇଥିବା ମାମଲାର ଶୁଣାଣି ଚାଲିଥିଲା। ଜଷ୍ଟିସ ଗଭଇ ଏହି ନିର୍ଦ୍ଦେଶ ଦେବାବେଳେ କହିଛନ୍ତି, ଆମେ ଏହି ଆଦେଶ ଦେଉଛୁ। ଦେବତାଙ୍କ ଉପରେ ବିଶ୍ୱାସ କରୁଥିବା କୋଟି କୋଟି ଲୋକଙ୍କ ଭାବନାକୁ ଧ୍ୟାନରେ ରଖି ଆମେ ଏସଆଇଟିକୁ ଏହି ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଉଛୁ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପ୍ରସାଦରେ ଚର୍ବି ମିଶିବା ଅଭିଯୋଗ ସମଗ୍ର ବିଶ୍ୱରେ ଭକ୍ତଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଛି। ଆମେ ଚାହୁଁନାହୁଁ ଏହି ବିଷୟ ଏକ ରାଜନୈତିକ ଡ୍ରାମା ହେଉ। ଯଦି ଏକ ସ୍ବାଧୀନ ଅନୁଷ୍ଠାନ ଏହି ଘଟଣାର ଅନୁସନ୍ଧାନ କରେ, ତେବେ ଲୋକଙ୍କ ଆତ୍ମବିଶ୍ୱାସ ସୃଷ୍ଟି ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

Leave A Reply

Your email address will not be published.