ନୂଆ ରେକର୍ଡ କଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ
![](https://www.odishalink.com/wp-content/uploads/2025/02/PM-1-750x421.jpg)
ଓଏଲ୍ ବ୍ୟୁରୋ: ‘ପରୀକ୍ଷା ପେ’ ଚର୍ଚ୍ଚା’-୨୦୨୫ର ଅଷ୍ଟମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ଧୈର୍ଯ୍ୟ, ସିଦ୍ଧାନ୍ତ ଓ ଦୃଢ ବିଶ୍ବାସର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଏବଂ ଚାପମୁକ୍ତ ରହି ପରୀକ୍ଷା ଦେବା ସହ ସଫଳତା ହାସଲ କରିବା ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ସମ୍ପର୍କରେ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଅଷ୍ଟମ ସଂସ୍କରଣରେ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇଛନ୍ତି। ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସିଧାସଳଖ କଥା ହେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ୫ କୋଟି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଡି ହୋଇଥିବା ନୂଆ ରେକର୍ଡ ସୃଷ୍ଟି କରିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଧୀରେ ଧୀରେ ନିଜ ମନ ଉପରେ ନିୟନ୍ତ୍ରଣ ଆଣିବାକୁ ପଡ଼ିବ। ଅନ୍ୟକୁ ସଜାଡିବା ପୂର୍ବରୁ ନିଜ ଭିତରେ ସୁଧାର ଆଣିବା ଦରକାର। ପାଠ ସହିତ ନିଜ ମନମୁତାବକ ଅନ୍ୟ କିଛି କାମ କରିବା ଦରକାର। ଭଲ ନେତୃତ୍ବ ପାଇଁ ୩ଟି ଜିନିଷ ଆବଶ୍ୟକ’ `ଧୈର୍ଯ୍ୟ, ସିଦ୍ଧାନ୍ତ ଓ ବିଶ୍ବାସ ଆବଶ୍ୟକ। କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍ ।