Odisha Link
Bridging the Missing Links in Odisha

ଚିନ୍ତାରେ ଗ୍ରାହକ, ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର

ଓଏଲ୍‌ ବ୍ୟୁରୋ: ବଢ଼ିଚାଲିଛି ସୁନା ଦର। ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ଦର। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୦,୦୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୭ ହଜାର ୯୩୦ ଟଙ୍କା ରହିଛି।

ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି। ତେବେ ଚିନ୍ତାର ବିଷୟ ହେଉଛି ଯେ, ମାତ୍ର ମାସକ ମଧ୍ୟରେ ବଜାରରେ ସୁନା ମୂଲ୍ୟ ୮ ହଜାର ଟଙ୍କା ମହଙ୍ଗା ହୋଇଛି। ସେହିପରି ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୮୦ ହଜାର ଟପିଛି। ତେବେ ମଧ୍ୟମ ଶ୍ରେଣୀର ବ୍ୟକ୍ତିଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିଥିବା ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.