Odisha Link
Bridging the Missing Links in Odisha

‘ଦୂର ହେବ ଟ୍ରାଫିକ ସମସ୍ୟା, ଆରମ୍ଭ ହେବ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର କାର୍ଯ୍ୟ’

ଓଏଲ୍‌ ବ୍ୟୁରୋ: ଦୂର ହେବ ଟ୍ରାଫିକ ସମସ୍ୟା। ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର କାର୍ଯ୍ୟ। ଫ୍ଲାଏ ଓଭର ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମତି ଦେଇ ସାରିଛନ୍ତି। ବିହାର-ନନ୍ଦନକାନନ ଫ୍ଲାଏ ଓଭରର ଟେକିନିକାଲ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜୟଦେବ ବିହାରରେ ଥିବା NHର ଫ୍ଲାଏ ଓଭର ଦେଇ ଯିବ ନୂଆ ଫ୍ଲାଏ ଓଭର। ମଝିରେ ମଝିରେ ଯେଉଁଠି ବଡ଼ ବଡ଼ ଛକ ଅଛି ସେଠି ଏସ୍‌କେପ୍‌ ୱେ ରହିବ। ଯେଉଁମାନେ ଉପରେ ଯାଉଥିବେ ତଳକୁ ଓହ୍ଲାଇବାକୁ କୌଣସି ଅସୁବିଧା ହେବନି। ଯେଉଁ ରାସ୍ତା ତଳେ ଚାଲିଛି ଚାଲିବ ତାହା ସହ ଉପରେ ମଧ୍ୟ ୪ ଲେନ ରାସ୍ତା ହେବ। ଏହି ଫ୍ଲାଏ ଓଭର ଆଗାମୀ ଦିନରେ ଭୁବନେଶ୍ବରର ଲାଇଫ ଲାଇନ ହେବ। ୨୦୨୭-୨୮ ସୁଦ୍ଧା ଏହି ପ୍ରକଳ୍ପର ବଡ଼ ଭାଗ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.