ୱେବ୍ସାଇଟ୍ରେ ମାଟ୍ରିକ୍ ଆଡମିଟ୍ କାର୍ଡ ଉପଲବ୍ଧ, ଜାଣନ୍ତୁ କିପରି ହେବ ଡାଉନ୍ଲୋଡ୍..
![](https://www.odishalink.com/wp-content/uploads/2021/02/BSE.jpg)
ଓଏଲ୍ ବ୍ୟୁରୋ: ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା। ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍ ପରୀକ୍ଷା। ସମୁଦାୟ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମୁଦାୟ ୩୧୪ଟି ନୋଡାଲ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ୩୧୪ଟି ନୋଡାଲ ସେଣ୍ଟର ମଧ୍ୟରୁ ୨୧ଟି ଥାନାରେ କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବିଶେଷ ପଦକ୍ଷେପ ନିଆଯାଇଛି।
ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ହେବାକୁ ଥିବାବେଳେ ବୋର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ହେଲା ମାଟ୍ରିକ୍ ଆଡମିଟ୍ କାର୍ଡ। ୨୧ ତାରିଖରୁ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାର ଆଡମିଟ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡମିଟ୍ କାର୍ଡ ବୋର୍ଡ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିବା ପାଇଁ ବୋର୍ଡ ୱେବ୍ସାଇଟ୍ ହେଉଛି https://www.bseodisha.ac.in/।
ସେହିପରି ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି), ମଧ୍ୟମା ଓ ହାଇସ୍କୁଲ୍ ପତ୍ର ବିନିମୟ ପରୀକ୍ଷାର୍ଥୀମାନଙ୍କ ଆଡମିଟ୍ କାର୍ଡ ମଧ୍ୟ ବୋର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ଆସନ୍ତା ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍ଓଏସ୍ସି) ଓ ମଧ୍ୟମା ପରୀକ୍ଷା ମଧ୍ୟ ଏକସଙ୍ଗରେ ଅନୁଷ୍ଠିତ ହେବ।