Odisha Link
Bridging the Missing Links in Odisha

ବଜେଟ ଚର୍ଚ୍ଚାର ଆଜି ଅଷ୍ଟମ ଦିନ, ଆଗତ ହୋଇପାରେ ନୂଆ ଆୟକର ବିଲ୍‌

ଓଏଲ୍‌ ବ୍ୟୁରୋ: ଚଳିତ ବଜେଟରେ ଇନକମ୍ ଟ୍ୟାକ୍ସ ଉପରେ ସଭିଙ୍କ ନଜର ରହିଥିଲା। ଆଶା କରାଯାଉଥିଲା ଟ୍ୟାକ୍ସ ଦର କମ ହେବ। ତେବେ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ବଡ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ନୂଆ ଇନକମ ଟ୍ୟାକ୍ସ ବିଲ୍ ସଂସଦରେ ଉପସ୍ଥାପନ କରାଯିବ। ଏଥିରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ସଂସଦରେ ବଜେଟ ଚର୍ଚ୍ଚାର ଆଜି ଅଷ୍ଟମ ଦିନ। ଆଜି ବଜେଟ ଚର୍ଚ୍ଚାରେ ଜବାବ ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ସନ୍ଧ୍ୟା ୫ଟାରେ ଲୋକସଭାରେ ଜବାବ ଦେବେ ଅର୍ଥମନ୍ତ୍ରୀ। ୬୩ ବର୍ଷ ପରେ ଲାଗୁ ହେବ ଦେଶରେ ନ୍ୟୁ ଇନକମ୍‌ ଟ୍ୟାକ୍ସ ନିୟମ।

ନୂଆ ଆୟକର ଆଇନକୁ ବଜେଟ୍ ଅଧିବେଶନ ସମୟରେ ସଂସଦରେ ଉପସ୍ଥାପନ କରାଯିବ। ଏହା ଏକ ନୂତନ ଆଇନ, ଯାହାର ଡ୍ରାଫ୍ଟକୁ ନିକଟରେ ଆଇନ ମନ୍ତ୍ରଣାଳୟ ପାସ୍ କରିଥିଲେ। ନୁତନ ଆୟକର ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେବ ବର୍ତ୍ତମାନ ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧କୁ ସରଳ, ସ୍ପଷ୍ଟ ଓ ବୁଝିବା ଯୋଗ୍ୟ କରାଯାଉଛି।

ନୂତନ ଆୟକର ଆଇନରେ କଣ ପରିବର୍ତ୍ତନ ସମ୍ଭବ ?

– ଆଇନକୁ ସରଳ ଭାଷାରେ ଲେଖାଯିବ, ଯଦ୍ୱାରା ସାଧାରଣ ଲୋକ ଏହାକୁ ସହଜରେ ବୁଝି ପାରିବେ ।

– ଅନାବଶ୍ୟକ ଓ ଅପ୍ରଚଳିତ ପ୍ରାବଧାନକୁ ହଟାଯିବ ।

– କର ବିବାଦକୁ କମ କରାଯିବ ।

– କରଦାତାଙ୍କ ପାଇଁ ଟ୍ୟାକ୍ସ ପୈଠ ସରଳ କରାଯିବ ।

– ଏହି ସବୁ ସୁଧାର ପାଇଁ ଆୟକର ବିଭାଗକୁ ଜନତା ଓ ଉଦ୍ୟୋଗ ଜଗତରୁ ୬,୫୦୦ ପ୍ରସ୍ତାବ ମିଳିଛି ।

ବର୍ତ୍ତମାନ ସମୟରେ ରହିଛି ଦୁଇ ପ୍ରକାରର ଟ୍ୟାକ୍ସ ସିଷ୍ଟମ

ନ୍ୟୁ ଟ୍ୟାକ୍ସ ରିଜିମ

୦-୩ ଲକ୍ଷ- ଶୂନ୍ୟ

୩-୭ ଲକ୍ଷ- ୫ ପ୍ରତିଶତ

୭-୧୦ ଲକ୍ଷ- ୧୦ ପ୍ରତିଶତ

୧୦-୧୨ ଲକ୍ଷ- ୧୫ ପ୍ରତିଶତ

୧୨-୧୫ ଲକ୍ଷ- ୨୦ ପ୍ରତିଶତ

୧୫ ଲକ୍ଷରୁ ଅଧିକ- ୩୦ ପ୍ରତିଶତ

ପୁରୁଣା ଟ୍ୟାକ୍ସ ରିଜିମ

୦ରୁ ୨.୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୦ ପ୍ରତିଶତ ଟ୍ୟାକ୍ସ

୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟ୍ୟାକ୍ସ

୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ

୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ

Leave A Reply

Your email address will not be published.