ପୁଣି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ…
ଓଏଲ୍ ବ୍ୟୁରୋ: ମହିଳାଙ୍କ ଖାତାକୁ ଯାଇଛି ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରେ ଶନିବାର ୧୮ ଲକ୍ଷ ମହିଳାଙ୍କୁ ଏହି ଟଙ୍କା ଦିଆଯାଇଛି।ଯାଜପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରାର ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି। ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ।
ଏହାସହ ଯେଉଁମାନେ ଏନ୍ପିସିଆଇରେ ରହିଯିବେ, ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡ଼ି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏ ପର୍ଯ୍ୟନ୍ତ ୯୮ ଲକ୍ଷ ହିତାଧିକାରୀଙ୍କୁ ଦେଇସାରିଛୁ ସୁଭଦ୍ରା ଟଙ୍କା। ଡିବିଟି ମାଧ୍ୟମରେ ଆମେ ହିତାଧିକାରୀଙ୍କୁ ଟଙ୍କା ଦେଇସାରିଛୁ। ୧୫ ଦିନରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଛୁଇଁବ ବୋଲି ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।