Odisha Link
Bridging the Missing Links in Odisha

ଏଆଇର ଉପଯୋଗ ନେଇ ସୂଚନା ଦେଲେ ପ୍ରଧାନମନ୍ତ୍ରୀ, କହିଲେ-ଚର୍ଚ୍ଚାର ଆବଶ୍ୟକତା ରହିଛି..

ଓଏଲ୍‌ ବ୍ୟୁରୋ: ୩ ଦିନିଆ ପ୍ୟାରିସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓର୍ଲି ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନରରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ପ୍ୟାରିସ୍ ଗସ୍ତରେ ଯାଇ ଏଆଇ ଶିଖର ସମ୍ମିଳନୀରେ ସାମିଲ୍ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ୟାରିସ୍ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ହୋଇଛି। ଏହି ଦ୍ବିପାକ୍ଷିକ ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଂଗକୁ ନେଇ ଆଲୋଚନା ହେଉଛି।

ପ୍ୟାରିସ୍‌ ଏଆଇ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଲୋକମାନଙ୍କର ହିତ ପାଇଁ ଏଆଇ ଉଦ୍ଦିଷ୍ଟ। ଏଆଇକୁ ସବୁ କ୍ଷେତ୍ରରେ ଉପଯୋଗ କରିହେବ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ ଏଆଇ। ଏଆଇ ବିଷୟରେ ଗଭୀର ଚିନ୍ତା କରିବା ସହ ଚର୍ଚ୍ଚାର ଆବଶ୍ୟକତା ରହିଛି। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇପାରିବ ଏଆଇ। ସାଇବର ସୁରକ୍ଷାକୁ ନେଇ ଆମକୁ ସଚେତନ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.