କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଦେଶରେ ବ୍ୟାନ୍ ହେଲା ୮୦୫ ଆପ୍ସ

ଓଏଲ୍ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି।
ତେବେ ଏସବୁ ମଧ୍ୟରେ ବର୍ତ୍ତମାନ ସରକାର ୮୦୫ଟି ଆପ୍ସକୁ ବ୍ୟାନ କରିଛନ୍ତି। ଏଥିସହ ୩ ହଜାର ୨୬୬ଟି ୱେବସାଇଟକୁ ମଧ୍ୟ ବନ୍ଦ କରିଛନ୍ତି। ଏହି ଆପ୍ସ ଏବଂ ୱେବସାଇଟ ବର୍ତ୍ତମାନ ଭାରତରେ ଚାଲିବନି। ଏହାକୁ ଚଳାଇବା ପାଇଁ ସକ୍ଷମ ହେବେନି ୟୁଜର୍ସ। ଜାତୀୟ ସୁରକ୍ଷା କାରଣରୁ ଭାରତ ସରକାର ଏହି ଆପ୍ସ ଏବଂ ୱେବସାଇଟକୁ ବ୍ୟାନ କରିଛନ୍ତି। ସଂସଦୀୟ ସମିତି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏ ନେଇ ସୂଚନା ଜାରି କରିଛନ୍ତି। ସାଇବର କ୍ରାଇମ୍କୁ ରୋକିବାକୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି।