ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ, ୧୬ରେ ସେଲିବ୍ରିଟି କ୍ରିକେଟ ଲିଗ୍

ଓଏଲ୍ ବ୍ୟୁରୋ: ବାରବାଟୀ ପଡିଆରେ ଶେଷ ହୋଇଛି ଭାରତ ଇଂଲଣ୍ଡ ମ୍ୟାଚ। ଲୋକଙ୍କ ଗହଳି ଭିତରେ ଭାରତ ବାଜି ମାରିଥିବା ବାରବାଟୀ ପଡିଆ ପୁଣି ଥରେ ଚଳଚଂଚଳ ହେବ। ଆସନ୍ତା ୧୬ରେ ବାରବାଟୀ ଷ୍ଟାଡିୟମରେ ହେବ ସେଲିବ୍ରିଟି କ୍ରିକେଟ ଲିଗ୍। ଆଜି ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଅର୍ଜୁନ କପୁର ଓ ବୋନି କପୁର। ବଲିଉଡ୍ ପ୍ରଯୋଜକ ବୋନୀ କପୁର ଓ ଅଭିନେତା ଅର୍ଜୁନ କପୁର ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହା ସହ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।