୧୪ରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ, ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆସନ୍ତା ୧୪ରୁ ୧୬ ଯାଏଁ ବରମୁଣ୍ଡା ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ ହେବ। ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ। ଚଳିତ ବର୍ଷର ଥିମ୍ ରହିଛି, ମତ୍ସ୍ୟଚାଷ ଓ ପ୍ରାଣୀ ପାଳନ ଜୀବନଜୀବିକା ଓ ଜୈବ ସନ୍ତୁଳନ। ତେବେ ଚଳିତ ବର୍ଷ ସମାବେଶକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଉଦ୍ଯାପନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ। ପ୍ରତି ବ୍ଲକରୁ ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣୀ ପାଳକ ଯୋଗଦେବେ। ସମାବେଶରେ ପ୍ରାୟ ୪୦୦ଟି ଷ୍ଟଲରେ ପ୍ରଦର୍ଶନୀ ହେବ। ଆଧୁନିକ ଜ୍ଞାନକୌଶଳ ବ୍ୟବହାର ନେଇ ସଚେତନତା କରାଯିବ। ବିଶେଷ ଅବଦାନ ପାଇଁ ୨୪ ଜଣ ଶ୍ରେଷ୍ଠ ବିଭାଗୀୟ ଅଧିକାରୀଙ୍କୁ ସମ୍ମାନିତ କରାଯିବ।