Odisha Link
Bridging the Missing Links in Odisha

ଆଜି ମାଘ ପୂର୍ଣ୍ଣିମା: ପ୍ରୟାଗରାଜରେ ଜନସମାଗମ, ସହରରେ ଭାରିଯାନ ଚଳାଚଳ ମନା

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ମାଘ ପୂର୍ଣ୍ଣିମା। ଏହି ଅବସରରେ ପ୍ରୟାଗରାଜ ମହାକୁମ୍ଭରେ ଆକାଶମାର୍ଗରୁ ଶ୍ରଦ୍ଧାଳୁଙ୍କ ଉପରେ ଫୁଲ ବର୍ଷା। ମହାକୁମ୍ଭ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୪୫ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି ବୋଲି ଉତ୍ତରପ୍ରଦେଶ ସରକାର କହିଛନ୍ତି। ମହାକୁମ୍ଭ ଫେବ୍ରୁଆରି ୨୬ ତାରିଖରେ ମହାଶିବରାତ୍ରୀ ଅବସରରେ ଶେଷ ବଡ଼ ସ୍ନାନ ସହିତ ଶେଷ ହେବ।।

ଆଜି ମାଘ ପୂର୍ଣ୍ଣିମା ଅବସରରେ ପ୍ରୟାଗରାଜରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଛି ଜନସମୁଦ୍ର। ଆଜି ବୁଡ଼ ପକାଇଲେଣି ଲକ୍ଷେରୁ ଅଧିକ ଶ୍ରଦ୍ଧାଳୁ। ମହାକୁମ୍ଭରେ ଏଯାଏଁ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଲେଣି। ସୁରକ୍ଷା ଦୃଷ୍ଟିରୁ ସହରରେ ଭାରିଯାନ ଚଳାଚଳ ଉପରେ କଟକଣା କରାଯାଇଛି।

Leave A Reply

Your email address will not be published.