ଅଡୁଆରେ ଆଠଗଡ଼ ବିଧାୟକ, ତିଗିରିଆରେ ତୀବ୍ର ବିରୋଧ

ଓଏଲ୍ ବ୍ୟୁରୋ: ତିଗିରିଆ ବ୍ଲକ ସମ୍ମୁଖରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିରୋଧ କଲେ ସ୍ଥାନୀୟ ଲୋକେ। ତିଗିରିଆ ବ୍ଲକ ପଞ୍ଚାୟତ ସମିତି ବୈଠକରୁ ଫେରିବା ବେଳେ ରାଜା ସ୍ଵାଇଁଙ୍କ ଉପରକୁ ଅଣ୍ଡାମାଡ଼ ହୋଇଥିବା ଜଣା ପଡିଛି। ବ୍ୟାପକ ଦୁର୍ନୀତି, ଅଞ୍ଚଳର ବିକାଶ ହୋଇନଥିବା ଅଭିଯୋଗରେ ଅଣ୍ଡାମାଡ଼ ହୋଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ପୁଲିସ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ସୁରକ୍ଷା ପ୍ରଦାନ କରିଛି।