ମାଗଣା ଯୋଜନା ନେଇ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ..

ଓଏଲ୍ ବ୍ୟୁରୋ: ନିର୍ବାଚନ ଋତୁ ଆସିଲେ ଦେଶରେ ମାଗଣା ଯୋଜନାର ସୁଅ ଛୁଟିଥାଏ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ମାଗଣା ସେବାର ଲୋଭ ଦେଖାଉଛନ୍ତି। ନିର୍ବାଚନ ଆସିଲେ ସବୁ ନେତା ଓ ମନ୍ତ୍ରୀ ପୁଳା ପୁଳା ମାଗଣା ପ୍ରତିଶ୍ରୁତି ଦିଅନ୍ତି। ଏହାକୁ ସାଧାରଣ ଭାଷାରେ ‘ରାବଡି ପ୍ରଥା’ କୁହାଯାଏ। ହେଲେ ଏହାକୁ ନେଇ ପୁଣିଥରେ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଲୋକମାନେ ମଗାଣାରେ ରାସନ ଓ ଟଙ୍କା ପାଇଯାଉଥିବାରୁ କାମ କରିବାକୁ ଇଚ୍ଛା କରୁନାହାନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସୁପ୍ରିମକୋର୍ଟ ମତ ରଖିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, ମାଗଣା ଯୋଜନା ପାଇଁ ଲୋକେ କାମ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ନିକଟରେ ହୋଇଥିବା ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ, ବିଜେପି ଓ କଂଗ୍ରେସ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନା ଘୋଷଣା କରିଥିଲେ। ତେବେ ସହରାଞ୍ଚଳରେ ଘର ନଥିବା ବ୍ୟକ୍ତିଙ୍କୁ ମାଗଣା ଘର ଦେବା ଯୋଜନା ସମ୍ପର୍କୀତ ଏକ ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି କୋର୍ଟ। ଏହି ମାମଲାର ଶୁଣାଣିକୁ ୬ ସପ୍ତାହ ଯାଏ ସ୍ଥଗିତ ରଖାଯାଇଛି। ସହରାଞ୍ଚଳରେ ରହୁଥିବା ବାସହୀନଙ୍କୁ ରହିବା ପାଇଁ ଘର ଯୋଗାଇ ଦେବା ପ୍ରସଙ୍ଗରେ ଶୁଣାଣି ଚାଲିଥିବା ବେଳେ ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମାସି ମାଗଣା ଯୋଜନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।