ମାର୍ଚ୍ଚ ୧୦ ଯାଏଁ ଲୋକସଭା ମୁଲତବି, ଘୋଷଣା କଲେ ବାଚସ୍ପତି
![](https://www.odishalink.com/wp-content/uploads/2025/02/LOAK.jpg)
ଓଏଲ୍ ବ୍ୟୁରୋ: ଲୋକସଭାରେ ଉପସ୍ଥାପିତ ହେଲା ନୂଆ ଆୟକର ବିଲ୍। ନୂଆ ଆୟକର ବିଲ୍ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବିଲ ଉପସ୍ଥାପନ କରିବା ପରେ ମୁଲତବୀ ଘୋଷଣା କରାଯାଇଛି। ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ଆୟକର ବିଲ ଉପସ୍ଥାପନ କରିଛନ୍ତି।
ସେପଟେ ୱାକଫ ବୋର୍ଡ ବିଲକୁ ନେଇ ଗଠିତ ହୋଇଥିବା ଜେପିସି ତରଫରୁ ଅଧ୍ୟକ୍ଷ ଜଗଦମ୍ବିକା ପାଲ ଲୋକସଭାରେ କମିଟି ରିପୋର୍ଟ ମଧ୍ୟ ଉପସ୍ଥାପନ କରିଥିଲେ। ହେଲେ ଏହି କମିଟି ରିପୋର୍ଟକୁ କଂଗ୍ରେସ ସହ ସମସ୍ତ ବିରୋଧୀ ଦଳ ବିରୋଧ କରିବା ସହ ଗୃହରେ ହୋହଲ୍ଲା କରିଥିଲେ। ବିରୋଧୀ ଏହି ରିପୋର୍ଟ ଉପରେ ମତ ରଖି କହିଥିଲା କି, କମିଟିରେ ଥିବା ବିରୋଧୀଦଳର ସାଂସଦମାନେ ବୋର୍ଡକୁ ନେଇ ଯେଉଁ ପରାମର୍ଶ ଦେଇଥିଲେ ତାହା ରିପୋର୍ଟରେ ସ୍ଥାନ ଦିଆଯାଇନାହିଁ। ତେଣୁ ଏହି ରିପୋର୍ଟକୁ ପୁଣି ଥରେ କମିଟି ନିକଟକୁ ଫେରାଇ ଦିଆଯାଉ।