Odisha Link
Bridging the Missing Links in Odisha

ଚର୍ଚ୍ଚାରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା, ଯିଏକି ପ୍ରତିଦିନ ବିମାନରେ ଯାଆନ୍ତି ଅଫିସ୍..

ଓଏଲ୍‌ ବ୍ୟୁରୋ: ବିମାନରେ ଯାତ୍ରା କରୁଥିବା ବିଭିନ୍ନ ପ୍ରକାର ଲୋକଙ୍କ ଜୀବନଶୈଳୀ ବିଷୟରେ ଅନେକ ଖବର ସାମ୍ନାକୁ ଆସିଥାଏ। ହେଲେ ଏବେ ଜଣେ ଏମିତି ମହିଳାଙ୍କ ଖବର ସାମ୍ନାକୁ ଆସିଛି, ଯିଏକି ପ୍ରତିଦିନ ବିମାନରେ ଯାଆନ୍ତି ଅଫିସ। ମ୍ୟାଲେସିୟାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ମହିଳା ରଚେଲ କୌର ପ୍ରାୟ ବର୍ଷେ ଧରି ନିଜ କର୍ମସ୍ଥଳୀକୁ ଯିବା ପାଇଁ ପ୍ରତିଦିନ ୭୦୦ କିମି ବିମାନ ଯାତ୍ରା କରୁଛନ୍ତି। ନିଜ ପରିବାର ଓ ପିଲାଙ୍କୁ ସମୟ ଦେବା ପାଇଁ ସେ ଏଭଳି ନିଷ୍ପତି ନେଇଛନ୍ତି।

ରଚେଲ ଏୟାରଲାଇନ୍ସ କମ୍ପାନୀ’ ଏଆର ଏସିଆ’ର କୁଆଲାଲମ୍ପୁର ସ୍ଥିତ ମୁଖ୍ୟାଳୟରେ କାର୍ଯ୍ୟ କରନ୍ତି। କର୍ମସ୍ଥଳରୁ ରଚେଲ କୌରଙ୍କ ଘର ୩୫୦ କିମି ଦୂର। ରଚେଲ କୌରଙ୍କ ଘରେ ତାଙ୍କ ସ୍ୱାମୀ ଓ ୧୧ ଓ ୧୨ ବର୍ଷର ୨ ପିଲା ରୁହନ୍ତି। ପୂର୍ବରୁ ସେ ଅଫିଲ ନିକଟସ୍ଥ ଭଡା ଘରେ ରହୁଥିଲେ। ସପ୍ତାହକୁ ଠାରେ ପରିବାର ପାଖକୁ ଯାଉଥିଲେ, ଯାହା ତାଙ୍କୁ ଖୁସି ଦେଉ ନଥିଲା।

ନିଜ କର୍ମମୟ ଜୀବନ ଓ ପାରିବାରିକ ଜୀବନର ସମନ୍ୱୟ ରକ୍ଷା କରିବା ପାଇଁ ସେ ପ୍ରତିଦିନ ବିମାନରେ ଅଫିସ୍ ଯିବାକୁ ନିଷ୍ପତି ନେଲେ। ପରେ ସେ ପ୍ରତିଦିନ ୭୦୦ କିମି ବିମାନ ଯାତ୍ରା କରୁଛନ୍ତି। ଭଡା ଘରେ ରହିବା ଅପେକ୍ଷା ପ୍ରତିଦିନ ବିମାନ ଯାତ୍ରାରେ କମ ଟଙ୍କା ଖର୍ଚ୍ଚ ହେଉଥିବା ସେ କହିଛନ୍ତି। ଭଡା ଘରେ ରହିବା ସମୟରେ ପ୍ରାୟ ୪୧ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବିମାନ ଯାତ୍ରାରେ ପ୍ରାୟ ୨୭ ହଜାର ଖର୍ଚ୍ଚ ହେଉଛି। ପିଲାଙ୍କ ଯତ୍ନ ନେବା ପାଇଁ ଦୈନିକ ଯାତ୍ରା ୭୦୦ କିମି ଯାତ୍ରା କରୁଥିବା ରଚେଲ କୌରଙ୍କୁ ସ୍ଥାନୀୟ ଗଣମାଧ୍ୟମ ସୁପର କମ୍ୟୁଟର ଭାବେ ଅଭିହିତ କରିଛି। ଯାହା ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.