Odisha Link
Bridging the Missing Links in Odisha

ବିଧାନସଭାର ବଜେଟ ଅଧିବେଶନ: ଆସନ୍ତାକାଲି ଯାଏଁ ଗୃହ ମୁଲତବି ଘୋଷଣା

ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବାବେଳେ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ରାଜ୍ୟପାଳ ମତ ରଖିଛନ୍ତି। ଏହାପରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବକୁ ଗୃହରେ ଆଗତ ହୋଇଛି।

ଆସନ୍ତାକାଲି ୧୦ଟା ୩୦ ଯାଏଁ ଗୃହ ମୁଲତବି କରାଯାଇଛି। ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ଏଥର ଦୁଇଟି ପର୍ଯ୍ୟାୟରେ ହେବ ବଜେଟ୍ ଅଧିବେଶନ। ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ଏବଂ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.