Odisha Link
Bridging the Missing Links in Odisha

ରାଜ୍ୟରେ ୫୨୮୪ ଭିକ୍ଷୁକ ଚିହ୍ନଟ, ଭିକ୍ଷୁକ ମୁକ୍ତ ଓଡ଼ିଶା ଗଠନ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ପ୍ରଶ୍ନକାଳରେ ମନ୍ତ୍ରୀ ଓଡ଼ିଶାରେ ୫ ହଜାର ୨୮୪ ଜଣ ଭିକ୍ଷୁକ ଥିବା କହିଛନ୍ତି। ଗୃହରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଉତ୍ତର ରଖିଛନ୍ତି।

କଟକରେ ସର୍ବାଧିକ ୧୦୬୦,ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫ ଭିକ୍ଷୁକ ଅଛନ୍ତି। ବଲାଙ୍ଗିରରେ ୪୮୨, ସୁନ୍ଦରଗଡ଼ରେ ୪୧୭, ପୁରୀରେ ୩୫୦ ଭିକ୍ଷୁକ ଅଛନ୍ତି। ଭିକ୍ଷୁକ ମୁକ୍ତ କରିବାକୁ ପ୍ରଥମ ପର୍ଯ୍ୟାୟରେ ପୁରୀରେ ନୀଳାଦ୍ରି ନିଳୟ କରାଯାଇଛି।ଭୁବନେଶ୍ଵରରେ ଏକାମ୍ର ନିଳୟ ଅଭିଯାନ କରାଯାଇ ଭିକ୍ଷୁକ ମୁକ୍ତ କରିବା ଯୋଜନା କରାଯାଇଥିବା। ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ।

ଅନ୍ୟପଟେ, ଗୃହରେ ହଟ୍ଟଗୋଳରୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଥିଲା। ପୁଣି ଚାଷୀ ପ୍ରସଙ୍ଗରେ ବିଜେଡିର ପ୍ରବଳ ହୋହଲ୍ଲା ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି।

Leave A Reply

Your email address will not be published.