Odisha Link
Bridging the Missing Links in Odisha

ବିଜେପିର କୋର୍ କମିଟି ବୈଠକ ଶେଷ: ବଡ଼ ସୂଚନା ଦେଲେ ମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ରାଜ୍ୟ କାର୍ଯ୍ୟାଳୟରେ ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସଭାପତି, ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍‌ ଉପସ୍ଥିତ ରହିଥିଲେ। ରାଜ୍ୟ ସାଂଗଠନିକ ନିର୍ବାଚନ ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ନେଇ କୋର କମିଟି ବୈଠକରେ ଆଲୋଚନା ହୋଇଛି।

ଚଳିତ ମାସ ଶେଷ ସୁଦ୍ଧା ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା ସରିବ ବୋଲି ବିଜେପି କୋର୍ କମିଟି ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବୈଠକରେ ନିଗମ, କମିଶନ, ଜିଲ୍ଲା ଯୋଜନା ବୋର୍ଡକୁ ନେଇ ଆଲୋଚନା ହୋଇଛି।ସାଂଗଠନିକ ନିର୍ବାଚନ, ରାଜ୍ୟ ସଭାପତି ଚୟନକୁ ନେଇ ଆଲୋଚନା ହୋଇଛି। ୮ ମାସରେ ସରକାରଙ୍କ ଗତିବିଧି ଓ କାର୍ଯ୍ୟକୁ ନେଇ ମଧ୍ୟ ଆଲୋଚନା ହୋଇଛି। ସରକାର ଓ ସଂଗଠନ ଭିତରେ କିପରି ସମନ୍ବୟ ରହିବ ସେନେଇ ବି ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.