ବିଜେପିର କୋର କମିଟି ବୈଠକ: ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

ଓଏଲ୍ ବ୍ୟୁରୋ: ଆଜି ରାଜ୍ୟ କାର୍ଯ୍ୟାଳୟରେ ବସିବ ବିଜେପିର କୋର କମିଟି ବୈଠକ। ରାଜ୍ୟ ସଭାପତି, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ରହିବେ। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଉପସ୍ଥିତ ରହିବେ। ଏଥିପାଇଁ ଭୁବନେଶ୍ବରରେ ପହଂଚିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍। ରାଜ୍ୟ ସାଂଗଠନିକ ନିର୍ବାଚନ ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ନେଇ କୋର କମିଟି ବୈଠକରେ ଆଲୋଚନା ହେବ। ରାଜ୍ୟ ସଭାପତି ନିର୍ବାଚନ ନେଇ ମଧ୍ୟ ହୋଇପାରେ ଆଲୋଚନା।