Odisha Link
Bridging the Missing Links in Odisha

ଆଜିଠୁ ୩ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ୩ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ। ୧୪ରୁ ୧୬ ଯାଏଁ ବରମୁଣ୍ଡା ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ। ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ। ଚଳିତ ବର୍ଷର ଥିମ୍ ରହିଛି, ମତ୍ସ୍ୟଚାଷ ଓ ପ୍ରାଣୀ ପାଳନ ଜୀବନଜୀବିକା ଓ ଜୈବ ସନ୍ତୁଳନ। ତେବେ ଚଳିତ ବର୍ଷ ସମାବେଶକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ। ପ୍ରତି ବ୍ଲକରୁ ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣୀ ପାଳକ ଯୋଗଦେବେ। ସମାବେଶରେ ପ୍ରାୟ ୪୦୦ଟି ଷ୍ଟଲରେ ପ୍ରଦର୍ଶନୀ ହେବ। ଆଧୁନିକ ଜ୍ଞାନକୌଶଳ ବ୍ୟବହାର ନେଇ ସଚେତନତା କରାଯିବ। ବିଶେଷ ଅବଦାନ ପାଇଁ ୨୪ ଜଣ ଶ୍ରେଷ୍ଠ ବିଭାଗୀୟ ଅଧିକାରୀଙ୍କୁ ସମ୍ମାନିତ କରାଯିବ। ଚାମ୍ପିଅନ୍ ମଇଁଷି ‘ଭୀମ୍’ ଏବଂ ପୁଙ୍ଗାନୁର ଗାଈ ଦେଖିବାର ସୁଯୋଗ ମିଳିବ।

Leave A Reply

Your email address will not be published.